ଖୋଲିଲା ସ୍କୁଲ-କଲେଜ, କଟକଣାରେ ପାଠପଢା

ଭୁବନେଶ୍ବର: ଆଜିଠୁ ଖୋଲୁଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ତୃତୀୟ ଲହର ପ୍ରଭାବ କମିବା ପରେ ଆଜିଠୁ ପୁଣି ଥରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ, କଲେଜ ଓ ବିଶ୍ବବିଦ୍ୟାଳୟ,ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶିକ୍ଷାନୁଷ୍ଠାନରେ ପ୍ରବେଶଠୁ ନେଇ ଶ୍ରେଣୀଗୃହ ପର୍ଯ୍ୟନ୍ତ ସୁବ୍ୟବସ୍ଥା କରାଯାଇଛି। ପୁରା କ୍ୟାମ୍ପସକୁ ସାନିଟାଇଜ କରାଯାଇଛି।

ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲର ୮ମ ଶ୍ରେଣୀରୁ ଉଚ୍ଚ ଶିକ୍ଷାନୁଷ୍ଠାନ ସମସ୍ତ ଶ୍ରେଣୀ ଗୁଡିକରେ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ ହେବ। ଏହା ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲିବ। ରବିବାରଠୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଛି। କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା କରାଯାଇଛି।ପିଲାଏ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ। ମଧ୍ୟାହ୍ନ ଭୋଜନ ପାଇଁ ପୂର୍ବଭଳି ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ମିଳିବ।ଅଷ୍ଟମରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସକାଳ ୧୦ଟାରୁ ୧ଟା ଓଦଶମ, ଦ୍ବାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ସକାଳ ୧୦ରୁ ଅପରାହ୍ନ ୪ଟା ଯାଏଁ ହେବ।