ଏମ୍ସ ରେ ଓପିଡି ସେବା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ଏମ୍‌ସରେ ପୁଣି ଓପିଡି ସେବା ଆରମ୍ଭ ହୋଇଛି । ସମସ୍ତ ବିଭାଗଗୁଡ଼ିକ କୋଭିଡ୍ ପ୍ରତିଷେଧକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ନୂତନ ଆଡମିଶନ ମାମଲାଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ୪ରୁ ୫ ଲେଖାଏଁ ଶଯ୍ୟା ମହଜୁଦ୍ ରଖିବାକୁ ସମସ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ରୋଗୀଙ୍କର ନିୟମିତ ଯାଞ୍ଚ୍ ଆଦି ସେବା ନିମନ୍ତେ “ଏମ୍‌ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ୍‌” ବ୍ୟବସ୍ଥା ଜାରି ରହିବ । ସମସ୍ତ ଆଇପିଡି ଆଡମିଶନ ଏବଂ ଓଟି ଗୁଡିକ ପୂର୍ବ ପରି କାର୍ଯ୍ୟ କରିବ । କୋଭିଡ୍ ପ୍ରସୂତୀ କକ୍ଷ ଏକ ସପ୍ତାହ ଚାଲିବ ବୋଲି ଜଣାପଡ଼ିଛି । ପୂର୍ବରୁ ଟେଲିମେଡିସିନ୍ ଏବଂ ଏମ୍‌ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ଉପରୋକ୍ତ ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଇଛି ।