ସୋନୀପତ : ହରିୟାଣଭୀ ଗାୟିକା ସରିତା ଚୌଧୁରୀଙ୍କ ସୋନୀପତର ସେକ୍ଟର-୧୫ରେ ମୃତ୍ୟୁ ହୋଇଛି । ସରିତା ଚୌଧୁରୀଙ୍କ ରକ୍ତ ଜୁଡୁବୁଡୁ ମୃତହେଦ ଉଦ୍ଧାର ହୋଇଛି । ସନ୍ଦେହଜନକ ମୃତ୍ୟୁ ହୋଇଥିବାରୁ ପରିବାର ଓ ସଂପର୍କୀୟଙ୍କ ସମେତ ହରିୟାଣାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ତଦନ୍ତ କରୁଥିବା ପୋଲିସ ଗଣମାଧ୍ୟମକୁ କହିଛି ଯେ, ଘର ଭିତରେ ଶବ ପଡି ରହିଥିବା ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଟିମ୍ ପହଞ୍ଚିଥିଲା । ସେଠାରେ ସରିତା ଚୌଧୁରୀଙ୍କ ମୃତଦେହ ତଳେ ପଡିଛି । ମୃତଦେହ ରକ୍ତ ଜୁଡୁବୁଡୁ ଥିଲା । ଏହା ସ୍ପଷ୍ଟ ହୋଇ ପାରି ନଥିଲା ଯେ, ହତ୍ୟା କି ଆତ୍ମହତ୍ୟା । ପୋଲିସ କହିଛି ଯେ, ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ସରିତା ଚୌଧୁରୀ ହରିୟାଣାରେ ଜଣେ ପ୍ରସିଦ୍ଧ ଲୋକ କଳାକାର । ସେ ଷ୍ଟେଜ ସୋ’ ମଧ୍ୟ କରୁଥିଲେ ।