୧୪ରୁ ସୁପ୍ରିମକୋର୍ଟରେ ଅଫଲାଇନ ଶୁଣାଣି ହେବ By Shaksi News Last updated Feb 9, 2022 0 ନୂଆଦିଲ୍ଲୀ : ଜାନୁଆରୀ ୩ରୁ ସୁପ୍ରିମକୋର୍ଟରେ ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତୃତୀୟ ଲହର କାରଣରୁ ସୁପ୍ରିମକୋର୍ଟରେ ଅନଲାଇନ ଶୁଣାଣି ଜାରି ରହିଥିଲା କ୍ରମଶଃ ଦୁର୍ବଳ ହେଉଛି କୋରୋନା ତୃତୀୟ ଲହର । ବର୍ତ୍ତମାନ ଏହା ପରିବର୍ତ୍ତନ ହୋଇଛି। ଆସନ୍ତା ଫେବୃଆରୀ ୧୪ରୁ ପୁଣି ଥରେ ପୂର୍ବଭଳି ସ୍ବାଭାବିକ ଶୁଣାଣି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଆହୁରି ପଢ଼ନ୍ତୁ... ତୁରୁମୁଙ୍ଗା ଗିରିଜା ଶଙ୍କର… Jun 19, 2026 ଓଡିଆ ଦୈନିକ ସମ୍ବାଦପତ୍ର ପ୍ରତିକାର… Jun 18, 2026 ଗଞ୍ଜାମ ଜିଲ୍ଲା ମଶା ଦାଉରେ… Jun 17, 2026 ଗଞ୍ଜାମ ଜିଲ୍ଲା ଦୁର୍ନୀତି… Jun 17, 2026 ଜାରି ହୋଇଥିବା ଏସ୍ଓପି ଅନୁସାରେ ସପ୍ତାହକୁ ଦୁଇ ଦିନ ଅଫଲାଇନ ଶୁଣାଣି ହେବ। ବୁଧବାର ଓ ଗୁରୁବାର ସ୍ବାଭାବିକ ଶୁଣାଣି ହେବ। ମଙ୍ଗଳବାର ଉଭୟ ସ୍ବାଭାବିକ ଓ ଅଫଲାଇନ ଶୁଣାଣି ହେବ। ସୋମବାର ଓ ଶୁକ୍ରବାର କେବଳ ଭିଡିଓ କନଫରେନ୍ସିଂ ଯୋଗେ ଅନଲାଇନ ଶୁଣାଣି କରାଯିବ। କୋରୋନା ଦ୍ବିତୀୟ ଲହର ପରେ ଅଫଲାଇନ ଶୁଣାଣି ଆରମ୍ଭ ହେବା ବେଳେ ମଧ୍ୟ ସମାନ ମାର୍ଗଦର୍ଶିକା ଜାରି କରାଯାଇଥିଲା। Continue Reading NATIONAL INTERNATIONALsuprime court of india 0 Share