ନିଖୋଜ ୭ ଭାରତୀୟ ଯବାନ ସହିଦ

ଇଟାନଗର : ଅରୁଣାଚଳ ପ୍ରଦେଶରେ ଭୀଷଣ ହିମସ୍ଖଳନ ଯୋଗୁଁ ନିଖୋଜ ଥିବା ୭ ଜଣ ଭାରତୀୟ ଯବାନଙ୍କ ଶବ ଉଦ୍ଧାର କରାଯାଇଛି । ପାଟ୍ରୋଲିଂ ବେଳେ ପ୍ରବଳ ବରଫପାତ ଯୋଗୁ ଫସିଯାଇଥିଲେ । ଏହାପରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଥିଲା । ଅନେକ ଖୋଜା ଖୋଜି କରିବା ପରେ ୭ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ସେନାର ଏକ ପେଟ୍ରୋଲିଂ ପାଟ୍ରୋଲିଂ କରୁଥିବା ବେଳେ ଭୀଷଣ ବରଫପାତ ଯୋଗୁ ଫସିଯାଇଥିଲେ ୭ ଯବାନ । ପରେ ସେନା ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । କିନ୍ତୁ ସେମାନାଙ୍କ ମଧ୍ୟରୁ କାହାକୁ ବି ଜୀବିତ ଭାବେ ଉଦ୍ଧାର କରାଯାଇ ପାରିନଥିଲା ।