ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟର ମତଦାନ ଜାରି

ଲଖନଉ: ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ପ୍ରଥମ ପର୍ଯ୍ୟାୟରେ ୨.୨୭ କୋଟି ମତଦାତା ୬୨୩ ଜଣ ପ୍ରାର୍ଥୀଙ୍କୁ ଭୋଟ ଦେବେ । କରୋନା କାଣରୁ ନିର୍ବାଚନ ଆୟୋଗ ମତଦାନର ସମୟ ୧ ଘଣ୍ଟା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରଥମ ପର୍ଯାୟରେ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି । ଏଥିରୁ ୧୨ଟି ଆସନ ସମ୍ବେଦନଶୀଳ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରୁ କିଛି ସ୍ଥାନରେ ଡ୍ରୋନ୍‌ରେ ପରିସ୍ଥିତି ଉପରେ ନଜର ରଖାଯାଉଛି । ନିର୍ବାଚନ ଲାଗି ରାଜନୈତିକ ଦଳ ଗୁଡ଼ିକ ଯେତିକି ତତ୍ପରତା ଦେଖାଉଛନ୍ତି । ନବାଗତ ଭୋଟରମାନେ ମଧ୍ୟ ଉତ୍ସାହିତ ଦେଖାଯାଉଛନ୍ତି ।

ମତଦାନ ଶାନ୍ତିପୂର୍ଣ୍ଣ ପାଇଁ ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ ପିଏସିର ୨୭ କଂପାନୀ ପ୍ରଥମ ପର୍ଯ୍ୟାୟ ପାଇଁ ମୁତୟନ କରାଯିବେ । ପୋଲିସର ୯୪୬୪ ଇନ୍ସପେକ୍ଟର ଓ ଏଏସ୍‌ଆଇ ରେଙ୍କ ଅଧିକାରୀ, ୫୯ ହଜାର ୩୦ ଜଣ କନଷ୍ଟେବଳ, ୪୮ ହଜାର ୧୩୬ ହୋମଗାର୍ଡ, ୫୦୫ ପିଆରଡି ଯବାନ ଓ ୬୦୬୧ ଗାଁର ଚୌକିଦାର ପ୍ରଥମ ପର୍ଯ୍ୟାୟର ମତଦାନରେ ନିୟୋଜିତ ରହିବେ ।