ଭୁବନେଶ୍ବର( ଏସ୍ ନ୍ଯୁଜ): ବିଧାନସଭା ଆଗରେ ମାଆ ବେକରେ ଛୁରୀ ଲଗାଇଲା ପୁଅ।ବିଧାନସଭା ଚାଲିଥିବା ବେଳେ ମାଆ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଲା ପୁଅ ।
ବହୁ ସମୟ ଧରି ରାସ୍ତାରେ ଚାଲିଲା ସଙ୍ଘର୍ଷ। ଟ୍ରାଫିକ ଜାମ, ପୋଲିସ ନାକେଦମ। ଦୀର୍ଘ ସମୟ ଧରି ଯୁବକଙ୍କର ଉନ୍ମତ୍ତକାଣ୍ଡ ଚାଲିବା ପରେ ପୁଅଙ୍କୁ କାବୁ କରିବା ସହ ମାଆଙ୍କୁ ଉଦ୍ଧାର କରିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ନୟାଗଡର ଜିତେନ୍ଦ୍ର ପାଳ ବୋଲି ଜଣାପଡିଛି । ଯୁବକ ଜଣକ ନିଜ ମାଆ ଝରଣାଙ୍କୁ ମେଡିକାଲ ଦେଖାଇବାକୁ ଆଣିଥିଲେ । ତେବେ ଆଜି ବିଧାନସଭା ଚାଲିଥିବା ବେଳେ ଗେଟ୍ ସାମ୍ନାରେ ନିଜ ମାଆଙ୍କ ବେକରେ ଛୁରୀ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ । ଏପରିକି କିଛି ନେତା ମନ୍ତ୍ରୀଙ୍କ ନାଁ ନେଇ ଗାଳି ଦେଉଥିବାର ଦେଖିବାକୁ ମିଳିଥିଲା । ଆଉ ଯୁବକଙ୍କ ଏହି କାଣ୍ଡ ବିଧାନସଭା ସମ୍ମୁଖରେ ବେଶ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ମାଆଙ୍କୁ ଆକ୍ରମଣ ପଛରେ କଣ କାରଣ ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଅନ୍ୟପଟେ ପୁଅ ଦେହରେ ୭ବର୍ଷ ବର୍ଷରୁ ଜଣେ ଲୋକଙ୍କ ଆତ୍ମା ଥିବା କହିଛନ୍ତି ମାଆ ଝରଣା ।