କରୋନାକୁ ଚକମା ଦେବ ନାଜାଲ ସ୍ପ୍ରେ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହେଉଥିବା ବୟସ୍କ ରୋଗୀମାନଙ୍କ ଚିକିତ୍ସା ଲାଗି ନାଜାଲ ସ୍ପ୍ରେ’ର ଶୁଭାରମ୍ଭ ହୋଇଛି । କୋଭିଡ ଚିକିତ୍ସା ନିମନ୍ତେ ଏହି ଔଷଧକୁ ନାକପୁଡା ଭିତରେ ସ୍ଫ୍ରେ କରାଯିବ ବୋଲି ବିବୃତିରେ ଉଲ୍ଲେଖ ଅଛି । ସେହିପରି ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ଏହି ଔଷଧ ୨୪ ଘଣ୍ଟାରେ ୯୯ ପ୍ରତିଶତ ଭୂତାଣୁ ହ୍ରାସ କରୁଥିବା ଜଣାପଡିଛି ।

ସେହିପରି କମ୍ପାନି କହିଛି ଯେ ନାଇଟ୍ରିକ ଅକ୍ସାଇଡ ନାଜାଲ ସ୍ପ୍ରେ’ ରାସାୟନିକ ପ୍ରାଚୀର ଭଳି କାର୍ଯ୍ୟ କରିଥାଏ । ଅନ୍ୟପକ୍ଷରେ କୋଭିଡ-୧୯ ଚିକିତ୍ସା ପାଇଁ ଏହି ‘ସ୍ପ୍ରେ’କୁ ନିରାପଦ ଭୂତାଣୁ ବିରୋଧୀ ଚିକିତ୍ସା ବୋଲି କହୁଯାଉଛି । ଏହା ରୋଗୀମାନଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ ବୋଲି ଆଶା ରହିଛି ।