ନୂଆଦିଲ୍ଲୀ : ନୂଆ ଅବକାରୀ ନୀତି ଲାଗୁ ହେବା ପରେ ମଦକୁ ପିଇଥୁବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଦିଲ୍ଲୀରେ ଜୁସ୍ ପରି ଟେଟ୍ରା ପ୍ୟାକ୍ରେ ମିଳିବ ମଦ । ଏନେଇ ଅବକାରୀ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି । ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ପ୍ରଥମଥର ପାଇଁ ଏହି ଟେଟ୍ରା ପ୍ୟାକରେ ମଦ ମିଳିବ । ଏହା ଆସନ୍ତା ଏପ୍ରିଲ ପହିଲାରୁ ଆରମ୍ଭ ହେବ । ଏଭଳି ପରିସ୍ଥିତିରେ ମଦ ବ୍ୟବସାୟ କରୁଥିବା ସମସ୍ତ କମ୍ପାନୀ ସେମାନଙ୍କ ବ୍ରାଣ୍ଡ ଗୁଡିକର ରେଜିଷ୍ଟର କରିବେ ।
ସେହିପରି ମଦ୍ୟପାନ କରୁଥିବା ଲୋକଙ୍କ ପାଇଁ ଟେଟ୍ରା ପ୍ୟାକ୍ ଏକ ଭଲ ବିକଳ୍ପ । ଏହି ପ୍ୟାକ୍ ଗୁଡିକ ଧରିବା ହାଲୁକା ଏବଂ ସହଜସୁବିଧା ହେବା ସହ ସହ ଏହି ପ୍ୟାକରେ ମିଳୁଥିବା ମଦ ମଧ୍ୟ ସେହି ବୋତଲ ଅପେକ୍ଷା କମ ମୂଲ୍ୟରେ ମିଳିବ ବୋଲି ଜଣାପଡିଛି ।