ଆରମ୍ଭ ହେବ ମହିଳା ଆଇପିଏଲ: ବିସିସିଆଇ

ନୂଆଦିଲ୍ଲୀ : ଦେଶରେ ଆରମ୍ଭ ହେବ ମହିଳା ଆଇପିଏଲ । ଏନେଇ ଯୋଜନା କରୁଛି ବିସିସିଆଇ । ରିପୋର୍ଟ ଅନୁସାରେ ଆସନ୍ତାବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ବିସିସିଆ । ଏନେଇ ବିସିସିଆଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ଶାହା କହିଛନ୍ତି ଯେ, ପୂର୍ବ ବର୍ଷ ପରି ମହିଳା ଟି-୨୦ ଚ୍ୟାଲେଞ୍ଜ ଚଳିତ ବର୍ଷ ମଧ୍ୟ ଜାରି ରହିବ । କିନ୍ତୁ ଏଥିରେ ଶୀଘ୍ର ପରିବର୍ତ୍ତନ ଆସିବ । ଶାହ କହିଛନ୍ତି ବିସିସିଆଇ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଭଳି ମହିଳା ଲିଗ୍‌ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବ ।

ସେହିପରି ମହିଳା ଆଇପିଏଲକୁ ନେଇ ଖେଳାଳି ଓ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ଓ ଆମେ ଏହାକୁ ପୂରଣ କରିବା ଲାଗି ପ୍ରତିବଦ୍ଧ ବୋଲି ଶାହ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମହିଳା ଆଇପିଏଲ ଆୟୋଜନ ନେଇ ବୋର୍ଡ ଯୋଜନା କରୁଛି ବୋଲି ସୂଚନା ଦେଇଥିଲେ ।