୪ ଘଣ୍ଟାରେ ଭାରତ-ପାକିସ୍ତାନ ମ୍ୟାଚ ଟିକେଟ୍‌ ଶେଷ

ନୂଆଦିଲ୍ଲୀ : ଚଳିତବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ ଆୟୋଜନ ହେବାକୁ ଯାଉଛି । ତେବେ ଏଥିରେ ଭାରତ-ପାକିସ୍ତାନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ସେହିପରି ଭାରତ ପାଖରେ ପ୍ରତିଶୋଧ ନେବାର ସୁଯୋଗ ମଧ୍ୟ ରହିଛି । ସୂଚନାଯୋଗ୍ୟ ଯେ, ୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ ୧୦ ୱିକେଟ୍‌ରେ ହରାଇଥିଲା । ତେବେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱ କପରେ ଭାରତ-ପାକିସ୍ତାନ ମୁକାବିଲା ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଛି । ଆଉ ଏହି ଟିକେଟ ମାତ୍ର ୪ ଘଣ୍ଟାରେ ଶେଷ ହୋଇଯାଇଛି । ଭାରତ-ପାକିସ୍ତାନ ଆସନ୍ତା ଅକ୍ଟୋବର ୨୩ରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ।ମହା ମୁକାବିଲା ଖେଳାଯିବ । ତେବେ ଏହି ଷ୍ଟାଡିୟମର ପ୍ରାୟ ଏକ ଲକ୍ଷ ଦର୍ଶକ ବସିବାର କ୍ଷମତା ରହିଛି । କିନ୍ତୁ ଆଇସିସି ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟିକେଟ୍‌ ବିକ୍ରି କରିସାରିଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ମ୍ୟାଚ ପାଇଁ ମାତ୍ର ୪ ଘଣ୍ଟାରେ ୬୦ ହଜାର ଟିକେଟ୍‌ ବିକ୍ରି ହୋଇଯାଇଛି । ଅନ୍ୟପକ୍ଷରେ ଆଇସିସି ମଧ୍ୟ ୱେଟଲିଷ୍ଟ ଆଧାରରେ କିଛି ଟିକେଟ୍‌ ଦେବାକୁ ନିଷ୍ପତ୍ତି କରିଛି । ଆଇସିସିର ହସ୍ପିଟାଲିଟି ପ୍ରୋଗ୍ରାମ ଆଧାରରେ କିଛି ଟିକେଟ୍‌ ଏ ପର୍ଯ୍ୟନ୍ତ ବିକ୍ରି ହୋଇନାହିଁ ।