ଟ୍ରେନରେ ଶତ ପ୍ରତିଶତ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ: ପୁଣିଥରେ ଟ୍ରେନଯାତ୍ରୀଙ୍କ ପାଇଁ ମିଳିବ ରନ୍ଧା ଖାଦ୍ୟ । ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଏଣ୍ଡ ଟୁରିଜମ କର୍ପୋରେସନ ଟ୍ରେନରେ ରନ୍ଧା ଖାଦ୍ୟ ମିଳିବ । ବର୍ତ୍ତମାନ ଟ୍ରେନରେ ୮୦% ରନ୍ଧା ଖାଦ୍ୟ ମିଳୁଥିବାବେଳେ ଶତ ପ୍ରତିଶତ ରନ୍ଧା ଖାଦ୍ୟ ମିଳିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଇବା ନେଇ ସୁବିଧାକୁ ବନ୍ଦ କରି ଦିଆଯାଇଥିଲା । କିନ୍ତୁ ଦେଶରେ ଏବେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ଏବେ ପୁଣିଥରେ ଟ୍ରେନ ଯାତ୍ରୀଙ୍କ ପାଇଁ ସୋମବାର ଅର୍ଥାତ ଆଜିଠାରୁ ରନ୍ଧା ଖାଦ୍ୟ ମିଳିବାକୁ ଯାଉଛି ।