ଅଭିନେତ୍ରୀଙ୍କ ଖୁଲାସା : ରଣବୀର-ଆଲିଆଙ୍କ ବିବାହ ସରିଯାଇଛ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ବିବାହକୁ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳୁଛି । ସେମାନେ ମଧ୍ୟ ଦୀର୍ଘ ଦିନ ହେବ ଲିଭଇନରେ ରହିଛନ୍ତି । ସେହିପରି ତାଙ୍କ ବିବାହକୁ ତାଙ୍କ ପ୍ରସଂଶକମାନେ ଅପେକ୍ଷା ମଧ୍ୟ କରିଛନ୍ତି । କିନ୍ତୁ ଏହା ମଧ୍ୟରେ ଏକ ବଡ କଥା ସମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ସାକ୍ଷାତକାରରେ ଆଲିଆ ଭଟ୍ଟଙ୍କୁ ତାଙ୍କ ବିବାହ ସମ୍ବନ୍ଧରେ ପଚରାଯାଇଥିଲା । ଏହାର ଉତ୍ତରରେ ଆଲିଆ କହିଥିଲେ ଯେ ମନ ଭିତରେ ସେ ରଣବୀରଙ୍କୁ କେବେଠାରୁ ବିବାହ କରିସାରିଛନ୍ତି । କେବଳ ଆମର ଔପଚାରିକ ବିବାହ ହେବା ବାକି ରହିଛି । ତେବେ ଆଲିଆ କେଉଁ ଉଦ୍ଦେଶ୍ୟରେ ଏମିତି କହିଲେ ଏହା କେବଳ ସେ ହିଁ କହିପାରିବେ । ଅନ୍ୟପକ୍ଷରେ ରଣବୀର-ଅଲିଆଙ୍କ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶୁଣିବାକୁ ମିଳୁଛି ଯେ, ଉଭୟ ରାଜସ୍ଥାନର ରନ୍ଥାମ୍ଭୋରରେ ହେବ ବୋଲି କୁହାଯାଉଛି । ତେବେ ଏହି ବିବାହକୁ ନେଇ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।