କଂଗ୍ରେସକୁ ଝଟକା: ପଦ୍ମ ଧରିଲେ ଆଉ ଜଣେ ପୋଷ୍ଟର ଗାର୍ଲ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କଂଗ୍ରେସକୁ ପୁଣି ଝଟକା । ପ୍ରିୟଙ୍କା ଗାନ୍ଧିଙ୍କ ହାତ ଛାଡି ପଦ୍ମ ଧରିଲେ ଲଡ୍‌କୀ ହୁଁ ଲଡ ସକତି ହୁଁର ଆଉ ଜଣେ ପୋଷ୍ଟର ଗାର୍ଲ । ପୂର୍ବରୁ ମଧ୍ୟ କଂଗ୍ରେସର ଦୁଇ ଜଣ ପୋଷ୍ଟର ଗାର୍ଲ ବିଜେପିରେ ମିଶି ସାରିଥିବାବେଳେ ଏବେ ଆଉଜଣେ ବିଜେପିରେ ମିଶିଛନ୍ତି । ଏବେ ବିଜେପିରେ ମିଶିଛନ୍ତି ପୋଷ୍ଟର ଗାର୍ଲ ପଲ୍ଲବୀ ସିଂ ।

ତ୍ତରପ୍ରଦେଶରେ ବଢୁଥିବା ମହିଳା ନିର୍ଯାତନା ବିରୋଧରେ ଲଢେଇ କରିବାକୁ ଯାଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଲଡକୀ ହୁଁ ଲଡ ସକତି ହୁଁ ନାରା ଦେଇଥିଲେ । ଆଉ ଏଥିପାଇଁ କଂଗ୍ରେସ ପ୍ରିୟଙ୍କା ମୋର୍ଯ୍ୟ ଓ ବନ୍ଦନା ସିଂଙ୍କୁ ପୋଷ୍ଟର ଗାର୍ଲ କରିଥିଲା । ହେଲେ ଆସନ ବୁଝାମଣାରେ ନିରାଶ ହୋଇ କଂଗ୍ରେସର ଦୁଇ ପୋଷ୍ଟର ଗାର୍ଲ କଂଗ୍ରେସ ଛାଡି ପଦ୍ମ ଧରି ସାରିଛନ୍ତି ।