ଗରଗାଲି ଗ୍ରାମରେ ୧୫ତମ ଅଷ୍ଟପ୍ରହରୀ ପାଳିତ

ଯାଜପୁର,(ସାକ୍‌ସୀ ନ୍ୟୁଜ୍‌) : ଗରଗାଲି ଗ୍ରାମରେ ପନ୍ଦର ତମ ଅଷ୍ଟପ୍ରହରୀ ଅନୁଷ୍ଠିତି ହୋଇଯାଇଛି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଂଚାୟତର ଗରଗାଲି ଗ୍ରାମରେ କୋଭିଡ କଟକଣା ଭିତରେ ୧୫ତମ ଅଷ୍ଟପ୍ରହରୀ ନାମଯଜ୍ଞ ପାଳିତ ହୋଇଅଛି । ଗାଁର ମେଳାବଟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଷ୍ଟପ୍ରହରୀ ନାମଯଜ୍ଞ ତିନିଦିନ ବ୍ୟାପି ହୋଇଥିଲା ।

ନାମକୀର୍ତ୍ତନ ପାଇଁ ଆଖପାଖ ଗ୍ରାମରୁ ପ୍ରାୟ କୋଡିଏ ଦଳ ସଂକୀର୍ତ୍ତନ ମଣ୍ଡଳୀ ଆସି ପ୍ରଭୁଙ୍କର ନାମ କୀର୍ତ୍ତନ କରିବା ସହ ଗ୍ରାମର ସମସ୍ତ ବ୍ୟକ୍ତିଙ୍କ ସହଯୋଗରେ ଏହି ମହାନ କାର୍ଯ୍ୟଟି ହୋଇଥିଲା । ଏମିତିକି ଗାଁରେ ଗୋଟେ ମହୋତ୍ସବ ପରି ଲାଗିଥାଏ । ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମେସ୍ତେ ହରିନାମରେ ମାଜିଯାଇ ହରିଙ୍କ ପାଦ ପଦ୍ମ ତଳେ ନିଜକୁ ସମର୍ପିତ କରିଦିଅନ୍ତି । ଏହି ତିନି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଆସିଥାନ୍ତି । ଅନ୍ୟପକ୍ଷରେ ଆଖ ପାଖ ଅଞ୍ଚଳରୁ ଲୋକଙ୍କ ପାଇଁ ଆନନ୍ଦ ବଜାର ମଧ୍ୟ ଖୋଲାଯାଇଥିଲା । ସମସ୍ତେ ଆନନ୍ଦର ସହ ପ୍ରସାଦ ସେବନ କରି ଘରକୁ ଫେରିଥିଲେ ।