ପୋଲାଣ୍ଡକୁ ଆମେରିକା ପଠାଇଲା ୩ ହଜାର ସୈନିକ

ନୂଆଦିଲ୍ଲୀ : ୟୁକ୍ରେନ ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏହା ମଧ୍ୟର ଆମେରିକା ୟୁକ୍ରେନ ନିକଟସ୍ଥ ନାଟୋ ଦେଶକୁ ସୈନ୍ୟ ପଠାଇବା ଆରମ୍ଭ କଲାଣି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୩ ହଜାର ସୈନିକଙ୍କୁ ପୋଲାଣ୍ଡ ପଠାଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ଉପରେ ରୁଷ ଆକ୍ରମଣ ନେଇ ନାଟୋ ଦେଶ ଚିନ୍ତିତ ଅଛନ୍ତି । ତେଣୁ ଆମେରିକା ନାଟୋ ସହଯୋଗୀ ଦେଶଙ୍କୁ ସାମରିକ ଶକ୍ତି ଯୋଗାଉଛି ।

ପେଣ୍ଟାଗନର ସୂଚନା ଅନୁସାରେ ଆମେରିକା ପୋଲାଣ୍ଡକୁ ୩ ହଜାର ସୈନିକ ପଠାଇଛି । ସେହିପରି ୟୁଏସ ସ୍ପଷ୍ଟ କରିଛି ଯେ ସୈନିକମାନେ ୟୁକ୍ରେନ ଓ ଋଷ ମଧ୍ୟରେ ହେବାକୁ ଥିବା ସମ୍ଭାବିତ ଯୁଦ୍ଧରେ ସାମିଲ ହେବେ ନାହିଁ । ସେମାନେ କେବଳ ନାଟୋ ଦେଶ ସୈନ୍ୟକଙ୍କୁ ଟ୍ରେନିଂ ଦେବେ । ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ ଏହି ସମ୍ଭାବିତ ଯୁଦ୍ଧକୁ ନେଇ ଅଧିକ ଚିନ୍ତିତ ଅଛନ୍ତି । ଅନ୍ୟପକ୍ଷରେ ସେ ନିଜ ନାଗରିକଙ୍କୁ ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଦେଇଛଡନ୍ତି ।