ଶାହାଙ୍କ ଚେତାବନୀ: ପୁଣି ହେବ ଏୟାର ଷ୍ଟ୍ରାଇକ

ଡେରାଡୁନ: ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଚେତାବନୀ ଦେଇ କହିଛନ୍ତି ଯେ ଦେଶ ଉପରେ ଖରାପ ନଜର ରଖିଥିବା ଲୋକଙ୍କ ବିରୋଧରେ ଏୟାର ଷ୍ଟ୍ରାଇକ ଓ ସର୍ଜିକାଲ ଷ୍ଟ୍ରାଇକ କରାଯାଇଛି ଓ ଆଗାମୀ ଦିନରେ ବି ଏହା କରାଯିବ । ସେ କହିଛନ୍ତି ଯେ ଦେଶର ସୁରକ୍ଷା ପ୍ରତି କୌଣସି ପରିସ୍ଥିତିରେ ବି ବୁଝାମଣା କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ସେ କହିଛନ୍ତି ଯେ, ଦେଶର ସୁରକ୍ଷା ସହ କଂଗ୍ରେସ ଖେଳିଛି ଯାହା ମୋଦୀ ସରକାରଙ୍କ ଅଧୀନରେ ଆଉ ସମ୍ଭବ ହେବ ନାହିଁ । ମୋଦୀ ସରକାର ଦେଶକୁ ସୁରକ୍ଷିତ ରଖିବା ଭଳି କାର୍ଯ୍ୟ କରିଛନ୍ତି ଏବଂ ଏହା ଜାରି ରଖିବେ ।

କେନ୍ଦ୍ରରେ ସୋନିଆ ଏବଂ ମନମୋହନଙ୍କ ସରକାର ନାହିଁ ବୋଲି ପାକିସ୍ତାନ ଭୁଲିଯାଇଥିଲା । ସେଥିପାଇଁ ପୁଲୱାମା ଏବଂ ଊରି ପରି ଆତଙ୍କବାଦୀ ଘଟଣା ଘଟିଥିଲା । କିନ୍ତୁ କେନ୍ଦ୍ରରେ ଥିବା ମୋଦୀ ସରକାର ନିଜର ସାହସୀ ସୈନିକଙ୍କ ବଳିଦାନର ପ୍ରତିଶୋଧ ନେବାକୁ ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ୍‌ କରି ଏହାର ପ୍ରମାଣ ଦେଖାଇଛି । ଅନ୍ୟପକ୍ଷରେ କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି ଯେ ଉତ୍ତରପ୍ରଦେଶ କେବଳ କଂଗ୍ରେସ ପାଇଁ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାବେଳେ ବିଜେପି ପାଇଁ ଉତ୍ତରପ୍ରଦେଶ ହେଉଛି ଦେବଭୂମି ।