ନିୟମିତ କ୍ଲାସ ଓ ପରୀକ୍ଷା କରାଯାଉ – UGC

ନୂଆଦିଲ୍ଲୀ : କୋଭିଡ ନିୟମ ପାଳନ କରି ଦେଶର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଖୋଲାଯାଉ। ଏହାସହ ନିୟମିତ କ୍ଲାସ ଓ ପରୀକ୍ଷା ମଧ୍ୟ ହେଉ। ଉଭୟ ଅଫଲାଇନ ଓ ଅନଲାଇନ ମୋଡରେ ପରୀକ୍ଷା କରିବାକୁ ସମସ୍ତ କୁଳପତି ଓ ଉଚ୍ଚତର ଶିକ୍ଷାସଂସ୍ଥାନ ମୁଖ୍ୟଙ୍କୁ ଚିଠି ଲେଖିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ। କୋଭିଡ ନିୟମ ପାଳନ କରି କ୍ଲାସ ଓ ପରୀକ୍ଷା କରାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ କେଉଁ ମୋଡରେ ଶିକ୍ଷାଦାନ ଏବଂ ପରୀକ୍ଷା କରାଇବ ତାହା ସଂପୃକ୍ତ ସଂସ୍ଥା ନିଷ୍ପତ୍ତି ନେବେ। ସମସ୍ତ ପରିସ୍ଥିତିରେ କୋଭିଡ ଗାଇଡଲାଇନର କଡ଼ାକଡ଼ି ପାଳନ ପାଇଁ ଚିଠିରେ ନିର୍ଦ୍ଦେଶ ରହିଛି।