ବାଙ୍ଗାଲୁରୁ: ଆଇପିଏଲ ୨୦୨୨ର ନିଲାମରେ ଇଶାନ କିଶନଙ୍କ ଉପରେ ହୋଇଛି ଟଙ୍କା ବର୍ଷା । ପ୍ରଥମ ଦିନର ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୧୫.୨୫ କୋଟି ଟଙ୍କାରେ ଇଶାନଙ୍କୁ କିଣିଛି । ଫଳରେ ଆଇପିଏଲ ଇତିହାସର ନିଲାମିରେ ବିକ୍ରି ହୋଇଥିବା ଇଶାନ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଦାମୀ ଖେଳାଳି । ସେହପରି ମୁମ୍ବାଇ ପ୍ରଥମଥର ପାଇଁ କୌଣସି ଖେଳାଳି ଲାଗି ୧୦ କୋଟିରୁ ଅଧିକ ବିଡିଂ କରିଛି ।