ବେଙ୍ଗାଲୁରୁ : ଆଇପିଏଲ-୨୦୨୨ର ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ମେଗା ନିଲାମରେ ବିକ୍ରି ହୋଇଛନ୍ତି । ଚେନ୍ନାଇ ସୁପରକିଙ୍ଗ୍ସ ଶୁଭ୍ରାଂଶଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି । ସୂଚନାଯୋଗ୍ୟ ଯେ, ୨୦୨୧ ଆଇପିଏଲ ନିଲାମରେ ଖେଳାଳିଙ୍କ ତାଲିକାରେ ଓଡିଶାରୁ ଦୁଇ ଜଣ କ୍ରିକେଟର ଥିଲେ । ହେଲେ ଗତ ନିଲାମରେ ଉଭୟଙ୍କୁ କୌଣସି ଦଳ କିଣିନଥିଲେ ।
ତେବେ ଆଇପିଏଲ ୨୦୨୨ ମେଗା ନିଲାମରେ ଓଡିଶାରୁ ସାମିଲ୍ ଥିଲେ ଦୁଇ ଖେଳାଳି ଅଭିଷେକ ଏବଂ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶଙ୍କୁ ୨୦ ଲକ୍ଷ ଟଙ୍କାରେ ଚେନ୍ନାଇ ନିଜ ଦଳରେ ସାମିଲ୍ କରିଛି । ଶୁଭ୍ରାଂଶୁ ସେନାପତି ବର୍ତ୍ତମାନ ଆଗାମୀ ରଣଜୀ ଟ୍ରଫି ପାଇଁ ଓଡିଶା କ୍ରିକେଟ୍ ଦଳର ଅଧିନାୟକ ଅଛନ୍ତି । ବର୍ତ୍ତମାନ ଏମଏସ ଧୋନୀଙ୍କ ଟିମରେ ଖେଳିବେ ଓଡିଆ ପୁଅ ।