ସିଟି ବ୍ୟାଙ୍କ୍ କୁ କିଣିବ ଆକ୍ସିସ୍ ବ୍ୟାଙ୍କ୍!

ନୂଆଦିଲ୍ଲୀ : ଦେଶର ପ୍ରଥମ ବିଦେଶୀ ବ୍ୟାଙ୍କ୍ ସିଟି ବ୍ୟାଙ୍କ୍ ଦେଶରୁ ଖୁଚୁରା ବ୍ୟବସାୟ ବନ୍ଦ କରିବା ନେଇ ୧୬ ଏପ୍ରିଲ୍ ୨୦୨୧ରେ ଘୋଷଣା କରିଥିଲା। ସୂତ୍ର ଅନୁସାରେ ସିଟି ବ୍ୟାଙ୍କ୍‌କୁ ଭାରତୀୟ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ଅଧିଗ୍ରହଣ କରିପାରେ।

ପାଖାପାଖି ୨.୫ ବିଲିୟନ୍ ଡଲାରରେ ଏହି ଡିଲ୍ ସମ୍ପନ୍ନ ହେବାର ଖବର ମିଳିଛି। ଏ ନେଇ ଆଗାମୀ ସମୟରେ ଘୋଷଣା କରାଯିବା ନେଇ ଆଜି ଖବର ପ୍ରକାଶ ପାଇଛି।