ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ, ୨୫,୯୨୦ ନୂତନ ସଂକ୍ରମିତ ହୋଇଥିବାବେଳେ ଦୁଇଗୁଣରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୯୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ସମୁଦାୟ ୨୫,୯୨୦ ନୂତନ ସଂକ୍ରମିତ ହୋଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ, ୬୬,୨୫୪ ଲୋକ ମହାମାରୀକୁ ପରାସ୍ତ କରିଛନ୍ତି। ତେବେ ବର୍ତ୍ତମାନ ଦେଶରେ ୨,୯୨,୦୯୨ ସକ୍ରିୟ ମାମଲା ରହିଛି। ଦୈନିକ ସକରାତ୍ମକତା ହାର ଏବେ ୨.୦୭%ରେ ପହଂଞ୍ଚିଛି। ଦେଶରେ ଗୁରୁବାର ସୁଦ୍ଧା ମୋଟ ୧୭୪ କୋଟି ୬୪ ହଜାର ଡୋଜ ଟୀକାକରଣ ହୋଇ ସାରିଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତ ସଂଖ୍ୟା ୪,୨୭,୮୦,୨୩୫ରେ ପହଁଞ୍ଚିଲାଣି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ୫,୧୦,୯୩୭ ରେ ପହଁଞ୍ଚିଛି । ଏପର୍ଯ୍ୟନ୍ତ ୪,୧୯,୭୭,୨୩୮ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି ।