ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର: ରାଜ୍ଯରେ ଆଗାମୀ ୩ ଦିନ ଧରି ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ କୁହୁଡି ମଧ୍ୟ ହୋଇପାରେ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଗାମୀ ୨୪ ଘଣ୍ଟା ଭିତରେ କନ୍ଧମାଳ, ନୟାଗଡ଼, ଢ଼େଙ୍କାନାଳ, କଟକ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ଏଥିସହ କୁହୁଡି ମଧ୍ୟ ହୋଇପାରେ। ଶନିବାର ସକାଳେ ଜଗତସିଂହପୁର, କଟକ, କନ୍ଧମାଳ, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର କେତେକ ଜିଲ୍ଲାର କୁହୁଡି ହୋଇପାରେ ବୋଲି ସୂଚନା ଦେଇଛନ୍ତି ।୧୯ ତାରିଖ ସକାଳ ସାଢ଼େ ଆଠଟାରୁ ୨୦ ତାରିଖ ସକାଳ ସାଢ଼େ ଆଠଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।