ଇନ୍ଦୋରରେ ବାୟୋ-ସିଏନଜି ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଇନ୍ଦୋରରେ “ଗୋବର-ଧନ (ବାୟୋ-ସିଏନଜି) ପ୍ଲାଣ୍ଟର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ନିକଟରେ ଆବର୍ଜନା ମୁକ୍ତ ସହର ସୃଷ୍ଟି କରିବାର ସାମଗ୍ରିକ ଦୃଷ୍ଟିକୋଣ ସହିତ ସ୍ୱଚ୍ଛ ଭାରତ ମିଶନ ସହରୀ ୨.୦ ଆରମ୍ଭ କରିଛନ୍ତି ।

ବର୍ଜ୍ୟରୁ ସମ୍ପଦ ଏବଂ ଗତିଶୀଳ ଅର୍ଥନୀତି ସହିତ ଅଧିକରୁ ଅଧିକ ସମ୍ପଦର ପୁନରୁଦ୍ଧାରକୁ ବୃଦ୍ଧି କରିବା ପାଇଁ ଏହି ମିଶନ୍ କାର୍ଯ୍ୟକାରୀ ହେଉଛି । ଏହି ପ୍ଲାଣ୍ଟରେ ଦୈନିକ ୫୫୦ ଟନ୍‍ ଓଦା ଜୈବିକ ବର୍ଜ୍ୟବସ୍ତୁକୁ ପୃଥକ କରିବାର କ୍ଷମତା ଅଛି । ଏହା ଦୈନିକ ପ୍ରାୟ ୧୭,୦୦୦ କିଲୋଗ୍ରାମ ସିଏନ୍‍ଜି ଏବଂ ୧୦୦ ଟନ୍‍ ଜୈବିକ ଖତ ଉତ୍ପାଦନ କରିବ ବୋଲି ଆଶା କରାଯାଉଛି । ଏହି ପ୍ଲାଣ୍ଟ ଶୂନ୍ୟ ଲ୍ୟାଣ୍ଡଫିଲ୍ ମଡେଲ ଉପରେ ଆଧାରିତ, ଯେଉଁଥିରେ କୌଣସି ବର୍ଜ୍ୟ ନଷ୍ଟ ହେବନାହିଁ । ଏହା ସହିତ, ଏହି ପ୍ରକଳ୍ପଟି ପରିବେଶର ଏକାଧିକ ଉପକାର କରିବ ବୋଲି ଆଶା କରାଯାଏ । ଗ୍ରୀନ୍ ହାଉସ୍ ଗ୍ୟାସ୍ ର୍ନିଗମନ ହ୍ରାସ, ସବୁଜ ଶକ୍ତି ପ୍ରଦାନ ସହିତ ଜୈବିକ ଖତ ମଧ୍ୟ ଯୋଗାଇବ ।

ଇନ୍ଦୋର ମହାନଗର ନିଗମ ଏହି ପ୍ଲାଣ୍ଟରୁ ଉତ୍ପାଦିତ ସିଏନ୍‍ଜି ମଧ୍ୟରୁ ସର୍ବନିମ୍ନ ୫୦% କ୍ରୟ କରିବ ଏବଂ ଏହାର ପ୍ରଥମ ପ୍ରୟାସ ଭାବେ ସିଏନ୍‍ଜିରେ ୪୦୦ ସିଟି ବସ୍ ଚଳାଚଳ କରିବ । ଖୋଲା ବଜାରରେ ଅବଶିଷ୍ଟ ପରିମାଣ ସିଏନ୍‍ଜି ବିକ୍ରି ହେବ।