ଆସନ୍ତା ବର୍ଷ ବିବାହ କରିବେ ରଶ୍ମିକା ଓ ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ୍ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଯୋଡିଙ୍କୁ ଉଭୟ ଅନ୍ ସ୍କ୍ରିନ୍ ଓ ଅଫ୍ ସ୍କ୍ରିନ୍ ରେ ଫ୍ୟାନ୍ସ ମାନେ ପସନ୍ଦ କରନ୍ତି । କିଛି ଦିନ ତଳେ ଦୁହେଁ ମୁମ୍ବାଇରେ ସ୍ପଟ୍ ହୋଇଥିଲେ । ଦୁହିଁଙ୍କୁ ଏକାଧିକ ଥର ଏକାଠି ମୁମ୍ବାଇରେ ଦେଖିବାକୁ ମିଳିଛି । ଏସବୁକୁ ଦେଖି ସୋସିଆଲ୍ ମିଡିଆରେ ସେମାନଙ୍କ ମଧ୍ୟରେ ଲଭ୍ ଆଫାୟାର୍ସ ଥିବା ଗୁଜବ ଉଠିବାରେ ଲାଗିଛି । ହେଲେ ରଶ୍ମିକା ଓ ବିଜୟ ଏହାକୁ ନେଇ କିଛି ବି କହିନାହାନ୍ତି ।

ଅନ୍ୟପଟେ ରଶ୍ମିକା ଓ ବିଜୟଙ୍କ ଲଭ୍ ଆଫାୟାର୍ସ ଗୁଜବ ତ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ସେମାନଙ୍କ ବିବାହକୁ ନେଇ ମଧ୍ୟ ଖବର ଆସିବାରେ ଲାଗିଛି । ଦୁହେଁ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଥିବା ଖବର ଶୁଣିବାକୁ ମିଳିଛି । ହେଲେ ଖୋଦ୍ ରଶ୍ମିକା ଓ ବିଜୟ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ଭାବରେ କିଛି ବି କହିନାହାନ୍ତି ।