ଜୟପୁର : ରାଜସ୍ଥାନରେ ଲାଗୁ ହେବାକୁ ଯାଉଛି ପୁରାଣା ପେନସନ ଯୋଜନା । ୨୦୦୪ ପରଠାରୁ ନିଯୁକ୍ତ ହୋଇଥିବା ସରକାରୀଙ୍କୁ ମଧ୍ୟ ମିଳିବ ପେନସନ । ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କ ବେତନ ହ୍ରାସ ନେଇ ୨୦୧୭ର ନିଷ୍ପତ୍ତିକୁ ମଧ୍ୟ ଫେଇବା ନେବା ପାଇଁ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ, ସରକାରୀ ସେବା ସହ ଜଡିତ କର୍ମଚାରୀ ନିଜ ଭବିଷ୍ୟତ ସୁରକ୍ଷିତ ଅନୁଭବ କରିବା ପରେ ନିଜ ସେବାକାଳରେ ସୁଶାସନ ପାଇଁ ନିଜର ଅମୂଲ୍ୟ ଯୋଜଦାନ ଦେଇପାରିବେ । ଏହି କାରଣରୁ ୨୦୦୪ ଜାନୁଆରୀ ୧ ପରଠାରୁ ନିଯୁକ୍ତ ହୋଇଥିବା ସମସ୍ତ କର୍ମଚାରୀଙ୍କ ପାଇଁ ପୂର୍ବ ପେନସନ ଯୋଜନା ଲାଗୁ ନେଇ ଘୋଷଣା କରିଛନ୍ତି ।