ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭିତରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଅରବ ଡଲାର ପାର କରିବା ସହ ତେଲ ଦର ୨୭% ବୃଦ୍ଧି ଘଟିଛି । ସେହିପରି ସରକାରୀ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲ ଦର ବଢାଇ ନାହାନ୍ତି । ଅନ୍ତର୍ଜାତୀୟ ତୈଳ ବଜାରରେ ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୩ ଡଲାର ରହିଛି । ଏହା ପୂର୍ବରୁ ୨୦୧୪ରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୧୦୦ ଅତିକ୍ରମ କରିଥିଲା । ଘରୋଇ ତୈଳ କମ୍ପାନୀ ନଭେମ୍ବର ୩ରୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ କରି ନାହାନ୍ତି ।
କିନ୍ତୁ ସେହି ସମୟରୁ ଏ ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨୦ ଡଲାର ଅଧିକ ମହଙ୍ଗା ହୋଇ ସାରିଛି । ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ ଚାଲେ ତେବେ ତେଲ ବ୍ୟାରେଲ୍ ପିଛା ୧୨୦ ଡଲାର ହୋଇପାରେ । ଏମିତି ହେଲେ ଘରୋଇ ତୈଳ କମ୍ପାନୀ ଡିଜେଲ-ପେଟ୍ରୋଲ ଦର ବଢାଇ ପାରନ୍ତି । ସେହିପରି ଗ୍ୟାସ୍ ଦାମ ମଧ୍ୟ ବଢିପାରେ ।