କୋଭିଡ କଟକଣା ନେଇ ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କୋଭିଡ-୧୯ ସଂକ୍ରମଣ ଦ୍ରୁତ ଗତିରେ ହ୍ରାଇ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର କୋଭିଡ କଟକଣାକୁ କୋହଳ କରିଛନ୍ତି । ଦିଲ୍ଲୀ ଡିଡିଏମଏଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି । ଏଥିରେ ରାଜଧାନୀରେ ସମସ୍ତ କଟକଣା ହଟାଇବା ଲାଗି ନିଷ୍ପତ୍ତି ହୋଇଛି । ତେବେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଫାଇନ ଲାଗି ଏହି ବୈଠକରେ ନିଷ୍ପତ୍ତି ହୋଇଛି । ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସେହିପରି ଦିଲ୍ଲୀର ସ୍କୁଲ ଶତ ପ୍ରତିଶତ କ୍ଷମତା ସହ ଖୋଲିପାରିବ ବୋଲି କୁହାଯାଇଛି । ସେହିପରି ନାଇଟ କର୍ଫ୍ୟୁ ସମେତ ସମସ୍ତ କରୋନା କଟକଣା ହଟଇବାକୁ ନିଷ୍ପତ୍ତି ହୋଇଛି । ଅନପକ୍ଷରେ ଆସନ୍ତା ସୋମବାରଠୁ ବସ ଓ ମେଟ୍ରୋରେ ଛିଡା ହୋଇ ଯାତ୍ରା କରିବା ଦୋକାନ ଓ ମଲ ଖୋଲିବାର ସମୟସୀମା ରହିବନାହିଁ । ସେହିପରି ସରକାରୀ କାର୍ଯ୍ୟାଳୟ ମଧ୍ୟ ଶତପ୍ରତିଶତ କ୍ଷମତାରେ ଖୋଲିବ ଏହି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।