ରୋହିତଙ୍କ ନାମରେ ଟି-୨୦ କ୍ରିକେଟରେ ସର୍ବାଧିକ ସ୍କୋର

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହୋଇଯାଇଛି । ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଲକ୍ଷେ୍ନøରେ ଖେଳାଯାଇଥିଲା । ଯାହା ଏହି ମ୍ୟାଚକୁ ଭାରତ ବଡ ବ୍ୟବଧାନରେ ବିଜୟ ହୋଇଥିଲା । ସେହିପରି ଏହି ମ୍ୟାଚରେ ବିଜୟ ସହ ଏକ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଦଳର ନୂଆ ଅଧିନାୟକ ରୋହିତ ଶର୍ମା ।

ଏଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ରୋହିତ ଶର୍ମା ଟି-୨୦ କ୍ରିକେଟରେ ସବୁଠାରୁ ଅଧିକ ରନ ସ୍କୋର କରିବାର କ୍ରିକେଟର ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡର ମାର୍ଟିନ ଗପ୍ଟିଲ ଓ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦ୍ୱିତୀୟରେ ନ୍ୟୁଜିଲାଣ୍ଡ କ୍ରିକେଟର ମାର୍ଟିନ ଗପ୍ଟିଲ ଓ ଭାରତୀୟ କ୍ରିକେଟର ବିରାଟ କୋହଲି ତୃତୀୟରେ ରହିଛନ୍ତି