ଦିଲ୍ଲୀ-ଏନ୍ସିଆର: ତୁଷାରପାତ ସହ ବର୍ଷା

ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ନୂଆଦିଲ୍ଲୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଦିଲ୍ଲୀରେ ପୁଣି ଥରେ ତାପମାତ୍ରା ହ୍ରାସ ପାଇପାରେ। ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ ଦିଲ୍ଲୀ-ଏନସିଆରରେ ସାମାନ୍ୟ ଧରଣର ବର୍ଷା ହୋଇଥିଲା।

ଶନିବାର ମଧ୍ୟ ବର୍ଷା ଏବଂ ଥଣ୍ଡା ଅନୁଭୂତ ହେବ। ରବିବାର ଆକାଶ ନିର୍ମଳ ରହିପାରେ। ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସରେ ନୂଆଦିଲ୍ଲୀରେ ବର୍ଷା ରେକର୍ଡ କରିଥିଲା। ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଥିଲା। ବରୱାଲା, ମହମ, ଚରଖୀ, ମଟ୍ଟନହେଲ, ଝଝର, ଫାରୁଖନଗର, କୋସଲୀ, ମହେନ୍ଦ୍ରଗଡ଼, ସୋହାନା, ରେୱାଡି, ବାୱଲ ଭଳି ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦରେ ମଧ୍ୟ ବର୍ଷା ହେବାର ଆଶଙ୍କା ଦେଖାଯାଇଥିଲା।