ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଏବେ ଚୀନ ତାଇୱାନ ଉପରେ ଆକ୍ରମଣ କରିପାରେ ବୋଲି ଆଶା କରାଯାଉଛି । ଚୀନର ୯ ଲଢ଼ୁଆ ବିମାନ ତାଇୱାନ ଆକାଶରେ ଉଡୁଥିବାର ଦେଖାଯାଇଥିଲା ।
ଅନ୍ୟପଟେ ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ହେବା ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ ଦ୍ୱାରା ମିଡିଆ ଲାଗି ସେନସରସିପ ଜାରି ହୋଇଛି । ସେଥିରେ ରୁଷ ସହ ଭାବନାତ୍ମକ ଓ ନୈତିକ ସମର୍ଥନ ବଜାୟ ରଖିବା କଥା କୁହାଯାଇଛି । ଏଥିସହ ତାଇୱାନ ଉପରେ କବଜା ଲାଗି ଉଦ୍ଦେଶ୍ୟ ବି ଜାହିର କରାଯାଇଛି । ଏସବୁକୁ ଦେଖି ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ପରେ ଚୀନ ତାଇୱାନକୁ କବଜା କରିବାକୁ ଉଦ୍ୟମ କରିପାରେ ବୋଲି ଚର୍ଚ୍ଚା ଚାଲିଛି ।