ହେଲିକପ୍ଟର କ୍ରାସରେ ଦୁଇ ପାଇଲଟଙ୍କ ମୃତ୍ୟୁ

ତେଲେଙ୍ଗାନା : ତେଲେଙ୍ଗାନାର ନଲଗୋଣ୍ଡାରେ ହେଲିକପ୍ଟର କ୍ରାସ ହୋଇ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଯେ, ଆକାଶରେ ନିୟନ୍ତ୍ରଣ ହରାଇ ଏକ ଚାଷ ଜମିରେ ପଡିଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ଜଣେ ପାଇଲଟ ଓ ଜଣେ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି । ଏନେଇ ତେଲେଙ୍ଗାନା ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ହେଲିକପ୍ଟରଟି ଜଣେ ଟ୍ରେନିଂ ପାଇଲଟ ଦ୍ୱାରା ପରିଚାଳିତ ହେଉଥିଲା । ସେହିପରି ଉଭୟ ପାଇଲଟଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁସାରେ ଏହି ବିମାନଟି ହାଇଦ୍ରାବାଦର ଏକ ଫ୍ଲାଇଙ୍ଗ ଇନଷ୍ଟିଚ୍ୟୁଟର । ଯାହା ଆନ୍ଧ୍ରପ୍ରଦେଶର ନାଗାର୍ଜୁନ ସାଗରରେ ମଧ୍ୟ ଏହାର ବେସରୁ କାର୍ଯ୍ୟ କରିଥାଏ ।