ନୂଆଦିଲ୍ଲୀ: ଦେଶରେ ଆଜିଠୁ ମହଙ୍ଗା ହେଲା ଅମୁଲ କ୍ଷୀର । ଏବେ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ଦୁଇ ଟଙ୍କା ବଢିଯାଇଛି । ଗୁଜରାଟର ଅହମ୍ମଦାବାଦ ଓ ସୌରାଷ୍ଟ୍ର ବଜାରରେ ଅମୂଲ ଗୋଲ୍ଡର ମୂଲ୍ୟ ପ୍ରତି ୫୦୦ ମି.ଲିକୁ ୩୦ ଟଙ୍କା, ୫୦୦ ମିଲିକୁ ଅମୂଲ ତାଜା ୨୪ଟଙ୍କା ଓ ଅମୂଲ ଶକ୍ତି ୨୭ ଟଙ୍କାରେ ମିଳିବ । ଏହି ଦର ଆଜିଠୁ ଲାଗୁ ହୋଇଛି । ଗୁଜରାଟ କପୋରେଟିଭ ମିଲ୍କ ମାର୍କେଟିଙ୍ଗ ଫେଡେରସନ ପୂର୍ବରୁ ମଧ୍ୟ କ୍ଷୀରର ମୂଲ୍ୟ ବଢାଇଥିଲେ ।
ସେହିପରି କମ୍ପାନୀ ପକ୍ଷରୁ କୁହାଯାଇଛି ଉତ୍ପାଦନର କ୍ରମାଗତ ମୂଲ୍ୟ ବଢୁଥିବାରୁ କ୍ଷୀରର ଦର ବଢିଛି ।