ପ୍ୟାରିସ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘୋମାଘୋଟ ଯୁଦ୍ଧ ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋନ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢେଇରେ ଆଗକୁ ଆହୁରି ଛାରଖାର ହେବ । ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ ଫୋନରେ ଆଲୋଚନା କରିଛନ୍ତି ।
ସେ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବା ପାଇଁ ପୁଟିନଙ୍କୁ ଅନୁରୋଧ କରିଥିଲେ କିନ୍ତୁ ପୁଟିନ ତାଙ୍କ କଥାକୁ ଅଗ୍ରାହ୍ୟ କରିଦେଥିଲେ । ଯାହା ୟୁକ୍ରେନ ପାଇଁ ଚିନ୍ତା ବଢିଛି । ସେହିପରି ଫ୍ରାନ୍ସ କହିଛି ଯେ ରୁଷ ତାର କୁପରିଣାମ ଭୋଗିବ । ରୁଷ ଯେଉଁ ଉଦ୍ୟମ କରୁଛି ଆମେ ତାହା କରାଇ ଦେବନି ବୋଲି ରୁଷକୁ ଚେତାଇ ଦେଇଛନ୍ତି ।