ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଶରେ ଖାଇବାତେଲ ଦର ମଧ୍ୟ ବେଲଗାମ ହୋଇଛି । ଯୁଦ୍ଧ ଆରମ୍ଭ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଖାଇବାତେଲ ଦର ପାଖାପାଖି ପ୍ରତି ଲିଟର ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୟୁକ୍ରେନରୁ ସୂର୍ଯ୍ୟମୂଖୀ ତେଲ ଯୋଗାଣ ସମ୍ପୂର୍ଣ୍ଣ ରୁପେ ବନ୍ଦ ରହିଛି । କେବଳ ଭାରତରେ ନୁହେଁ ବୈଶ୍ୱିକସ୍ତରରେ ମଧ୍ୟ ଖାଇବାତେଲ ଦର ବୃଦ୍ଧି ପାଇବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱବ୍ୟାପୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଏବେ ୟୁକ୍ରେନ ସାମଗ୍ରୀ ଉପରେ ନିର୍ଭର କରୁଥିବା ବିଭିନ୍ନ ରାଜ୍ୟ ତେଲ ଓ ଅନ୍ୟାନ୍ୟ ବଜାର ଊଣା ଅଧିକ ପ୍ରଭାବିତ ହେବାକୁ ଯାଉଛି । ସେହିପରି ଓଡ଼ିଶାରେ ବ୍ୟବହୃତ ସନଫ୍ଲାୱାର ତେଲ ୟୁକ୍ରେନରୁ ଆସୁଥିବାରୁ ଯୁଦ୍ଧ ପାଇଁ ଏ ସବୁର ଯୋଗାଣ ବ୍ୟାହତ ହୋଇଥିବା ସୂଚନା ମିଳିଛି ।