ଭୁବନେଶ୍ୱର/କଟକ : ନିତ୍ୟାନ୍ତ ଜାଣିରଖନ୍ତୁ, ସୋସିଆଲ ମିଡ଼ିଆରେ ମାତିଛନ୍ତି ଡିଜିଟାଲ ସୁନ୍ଦରୀ, ତେଣୁ ଆପଣମାନେ ଅଶ୍ଳୀଳ ଭିଡିଓ ଚାଟ୍ ରୁ ଦୂରେଇ ରୁହନ୍ତୁ । ଫେକ୍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡ଼ିଓ ଚାଟ୍ କରି ବ୍ଲାକମେଲିଂ ଜରିଆରେ ଆପଣଙ୍କଠୁ ଏମାନେ ଅନେକ ଟଙ୍କା ଲୁଟିନେଇ ପାରନ୍ତି । ସାଇବର ଠକଙ୍କ ଏ ନୂତନ କୌଶଳ ପ୍ରତି ସାବଧାନ ରୁହନ୍ତୁ, ଏ ନେଇ ଓଡିଶା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ସୂଚନା ଥାଉକି, ଅଜଣା ଲୋକଙ୍କ ଭିଡିଓ କଲ ଉଠାନ୍ତୁ ନାହିଁ । ଲୋକ ଲଜ୍ୟା ଭୟରେ ସାଇବର ଠାକଙ୍କୁ ପ୍ରଶୟ ଦିଅନ୍ତୁ ନାହିଁ । ଆପଣ କିମ୍ବା ଆପଣଙ୍କ ପିୟଜନ ଏପରି ପରିସ୍ଥିତିର ସାମ୍ନା କଲେ , ସଂଗେ ସଂଗେ ପୋଲିସ ସହ ଯୋଗାଯୋଗ କରନ୍ତୁ ।