ପଛରେ ରହିଗଲେ ସୋନୁ ସୁଦଙ୍କ ଭଉଣୀ ମାଲବିକା

ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ପଞ୍ଜାବରେ ପ୍ରଥମଥର ପାଇଁ ଆପ ଦଳ ସରକାର ଗଢିବାକୁ ଯାଉଛ । ଏହାମଧ୍ୟରେ ମୋଗା ସିଟକୁ ନେଇ ଚର୍ଚ୍ଚା ଜୋର ଜୋରଧରିଛି । ବଲିଉଡ ତଥା ଜଣାଶୁଣା ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିଲେ । କିନ୍ତୁ ସବୁଠୁ ବଡ କଥା ହେଉଛି ମାଲବିକାଙ୍କୁ ଆପ ପ୍ରାର୍ଥୀ ଡା. ଅମନଦୀପ ଅରୋଡା ହରାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ପଞ୍ଜାବର ମୋଗା ସିଟରୁ କଂଗ୍ରେସ ୧୯୭୭-୨୦୧୨ ପର୍ଯ୍ୟନ୍ତ ଲଗାତାର ଭାବେ ନିର୍ବାଚନ ଜିତିଥିଲା । ସେହିପରି ୨୦୧୭ ନିର୍ବାଚନରେ ବିଜେପିର ହରଜୋତ କମଲ ମୋଗା ସିଟ ଜିତିଥିଲେ ।