ମୁମ୍ବାଇ: ଫିଲ୍ମ ‘କାଶ୍ମୀର ଫାଇଲ’ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ । ଏହି ଚଳଚ୍ଚିତ୍ରଟି କଶ୍ମୀରୀ ପଣ୍ଡିତମାନଙ୍କ ଉପରେ ନିର୍ମିତ। ଏହି ଚଳଚ୍ଚିତ୍ରରେ ୧୯୯୦ରେ କଶ୍ମୀରର ହିଂସା ତଥା ଚାଲିଥିବା ବିବାଦକୁ ଦେଖାଇବାକୁ ଏକ ପ୍ରୟାସରେ ପ୍ରସ୍ତୁତ କରାଯାଇଛି। ନିର୍ମାତା ଅଭିଷେକ ଅଗ୍ରୱାଲ, ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ଏବଂ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କ ସମେତ ‘କାଶ୍ମୀର ଫାଇଲ’ର ପୂରା ଟିମ୍ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ସେହିପରି ମଧ୍ୟ କୁହାଯାଉଛି କି ଆଗାମୀ ଦିନରେ ଏହି ଫିଲ୍ମ ରେକର୍ଡ କରିପାରେ । କାହିଁକି ନା ଏହା ପଛର କାରଣ ହେଉଛି ଚଳଚ୍ଚିତ୍ରର ବିଷୟବସ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଫିଲ୍ମର ପ୍ରଶଂସା କରିଛନ୍ତି । ୧୯୯୦ ମସିହାରେ କାଶ୍ମୀରୀ ପଣ୍ଡିତଙ୍କ ନିକଟରେ ହୋଇଥିବା ଜନଶୁଣାଣି ଏବଂ ଅନ୍ୟାୟ ବିଷୟରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଯୋଶୀ ଏହି ଚଳଚ୍ଚିତ୍ରର କାହାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।