OJEE-୨୦୨୨ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: OJEE-୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୪ ମାର୍ଚ୍ଚ ୨୦୨୨ ରେ ରାଜ୍ୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ପାଇଁ ଓଜେଇଇ ୨୦୨୨ ଆବେଦନ ଫର୍ମ ପ୍ରକାଶ ପାଇଛି । ଅଫିସିଆଲ ୱେବସାଇଟରେ ଆଗାମୀ ରାଜ୍ୟ ସ୍ତରୀୟ ପରୀକ୍ଷା ପାଇଁ ଓଡିଶା ଜଏଣ୍ଟ୍ ସେଲ୍ ଆନୁଷ୍ଠାନିକ ଭାବେ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା – ଓଜେଇଇ ୨୦୨୨ ଆବେଦନ ଫର୍ମ ପ୍ରକାଶ କରିଛି ।

ଓଜେଇଇ ୨୦୨୨ ଆବେଦନ ଫର୍ମ ଆଜି ପ୍ରକାଶ ପାଇଛି ଏବଂ ୧୩ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ୍ ଜାରି ରହିବ । ଯେଉଁ ପ୍ରାର୍ଥୀମାନେ ଓଜେଇଇ ୨୦୨୨ ପରୀକ୍ଷା ଦେବାକୁ ଆଗ୍ରହୀ ଅଟନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ ojee.nic.in ମାଧ୍ୟମରେ ଅନଲାଇନ୍ ପଞ୍ଜୀକୃତ କରିପାରିବେ ।