ଲିଭିଭରେ ରୁଷ ସେନାର ମିଜାଇଲ ମାଡ: ୩୫ ମୃତ୍ୟୁ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଲଢେଇ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣ ଲୋକ ଓ ୟୁକ୍ରେନ ସେନା ମଧ୍ୟ ନିହତ ହୋଇଛନ୍ତି । ସେହିପରି ଉଭୟଙ୍କ ମଧ୍ୟରେ ଯୁଦ୍ଧ ଦିନିକୁ ଦିନ ଭୟଙ୍କର ହେଉଛି । ଅନ୍ୟପକ୍ଷରେ ୟୁକ୍ରେନକୁ ଚାରିପଟୁ ଘେରି ରୁଷ ସେନା ଆକାଶରୁ ଆକ୍ରମଣ ଜାରି ରଖିଛି । ସେହିପରି ଉଭୟଙ୍କ ମଧ୍ୟରେ ଯୁଦ୍ଧ ୧୯ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନର ଲିଭିଭରେ ଏକାଥରକେ ୩୦ଟି ମିଜାଇଲ୍‌ ମାଡ କରିଛି ରୁଷ ସେନା । ଫଳରେ ଏହି ମିଜାଇଲ ମାଡରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପୋଲାଣ୍ଡଠାରୁ ମାତ୍ର ୨୫ କିମି ଦୂରରେ ଥିବା ଲିଭିଭରେ ଏହି ଆକ୍ରମଣ କରିଛି ରୁଷ ସେନା ।