ସ୍କୁଲ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା

ଗୁଜରାଟ: ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ ସରକାର । ତେବେ ଗୁଜରାଟ ସରକାରଙ୍କ ଏହି ନୂଆ ଶିକ୍ଷାନୀତି ଅନୁସାରେ, ଗୁଜରାଟର ସମସ୍ତ ସ୍କୁଲରେ ଗୀତାର ମହତ୍ତ୍ବ ଏବଂ ମୂଲ୍ୟବୋଧ ବିଷୟରେ ପଢାଯିବ ।

ଛାତ୍ରଛାତ୍ରୀମାନେ ଶ୍ରୀମଦଭଗବତ ଗୀତାର ମୂଲ୍ୟବୋଧ ବାବଦରେ ଜାଣିବା ପାଇଁ ସ୍ବତନ୍ତ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ ବୋଲି ଗୁଜରାଟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଶ୍ଲୋକ ଗାନ, ବାକ୍ୟ ପ୍ରତିଯୋଗିତା ଏବଂ ସାହିତ୍ୟ ଆସରର ଆୟୋଜନ କରାଯିବ ।