ଆଜି ରଙ୍ଗର ପର୍ବ ହୋଲି ଦିନରେ ଘରର ମୁଖ୍ୟଦ୍ୱାରରେ ଲଗାନ୍ତୁ ଏହି ଫଟୋ

ଚୈତ୍ର ମାସ ପ୍ରତିପଦା ତିଥି ହୋଲି ପାଳନ କରାଯିବାର ବିଶେଷ ଦିନଟି ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହୋଲିକା ଦହନ କରାଯାଏ। ହିନ୍ଦୁ ଧର୍ମରେ ହୋଲି ପର୍ବର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନରେ ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ବୋଲି କୁହାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନରେ କିଛି କଥା ଧ୍ୟାନ ରଖିବା ଦ୍ୱାରା ଜୀବନରେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାମଧ୍ୟରେ କିଛି ବାସ୍ତୁ ଉପାୟ ମଧ୍ୟ ରହିଛି। ଯାହାକୁ ହୋଲି ଦିନ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ହୋଇଥାଏ।

ସେହିପରି, ସୂର୍ଯ୍ୟଦେବଙ୍କ ଫଟୋ ଲଗାନ୍ତୁ: ବାସ୍ତୁ ମୁତାବକ, ପରିବାରର କୌଣସି ସଦସ୍ୟଙ୍କ ଉନ୍ନତି ଚାହୁଁଥିଲେ, ହୋଲି ଦିନ ମୁଖ୍ୟଦ୍ୱାର ବାହାରେ ଉପରେ ସୂର୍ଯ୍ୟଦେବଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢିଥାଏ। କଷ୍ଟରୁ ମୁକ୍ତି ମିଳିଥାଏ। ହୋଲି ଦିନ ଘରର ଧ୍ୱଜା ବଦଳାନ୍ତୁ: ବାସ୍ତୁ ଅନୁଯାୟୀ, ଘରେ ବାହାରେ ଲଗାଯାଇଥିବା ଧ୍ୱଜାକୁ ହୋଲିଦିନ ବଦଳାଇ ଦିଅନ୍ତୁ। ଘରେ ଲଗାଇଥିବା ଧ୍ୱଜକୁ ପରିବାରରେ ମାନ ସମ୍ମାନ, ସୁଖ ସମୃଦ୍ଧି ଆଣିଥାଏ।