ଭୟଙ୍କର ବିସ୍ପୋରଣରେ ଜଳିଗଲା ପାକିସ୍ତାନର ଅସ୍ତ୍ରାଗାର!

ନୂଆଦିଲ୍ଲୀ : ପାକିସ୍ତାନର ସିଆଲକୋଟ ସହରରେ ଏକ ବଡ଼ ଧରଣର ଭୟଙ୍କର ବିସ୍ଫୋରଣ ଘଟିଛି । ସିଆଲକୋଟ ସାମରିକ ବେସରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସେହି ସ୍ଥାନରେ ହୁତୁ ହୁତୁ ହୋଇ ଜୋରରେ ନିଆଁ ଜଳୁଥିବା ଦେଖିବାକୁ ମିଳିଛି । ଏହି ବିସ୍ଫୋରଣ ଘଟିଥିବା ସ୍ଥାନ ଏକ ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରାଯାଉଥିବା ସ୍ଥାନ । ତେବେ ଏହି ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନର ସିଆଲକୋଟ ହେଉଛି ସର୍ବ ପୂରାତନ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ।