ୟୁକ୍ରେନରୁ ୨୨ ହଜାରରୁ ଉଦ୍ଧ୍ୱର୍ ନାଗରିକ ଭାରତ ଫେରିଛନ୍ତି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଥମିବାର ନା ଧରୁନାହିଁ । ସେହିପରି ଅନେକ ଦେଶ ମଧ୍ୟ ରୁଷ ଉପରେ କଟକଣା ଲଗାଇଥିଲେ ସୁଦ୍ଧା ମସ୍କୋକୁ କୌଣସି ଫରକ ପଡୁନି । ଏହାସହ ଭାରତ ମଧ୍ୟ ଉଭୟ ଦେଶକୁ ଯୁଦ୍ଧ ବନ୍ଦ କରିବା ପାଇଁ ଅପିଲ କରିଛି ।

ସୂଚନାଯୋଗ୍ୟ ଯେ, ସଂଯୁକ୍ତ ରାଷ୍ଟ୍ର ସଂଘର ଏକ ବୈଠକରେ ଭାରତ ଅଂଶଗ୍ରହଣ କରି କହିଛି ଯେ ରୁଷ-ୟୁକ୍ରେନ ଲଢେଇରେ ନାଗରିକଙ୍କ ମୃତ୍ୟୁ ଓ ବିସ୍ଥାପନ ବ୍ୟବସ୍ଥା ବିଗିଡିଛି । ସଂଯୁକ୍ତ ରାଷ୍ଟ୍ରରେ ଭାରତୀୟ ରାଜଦୂତ ଟିଏମ ତିରୁମୂର୍ତ୍ତି କହିଛନ୍ତି ଯେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ମାନବୀୟ ଆବଶ୍ୟକତା ପୂରା କରିବାକୁ ଆବଶ୍ୟକତା ରହିଛି । ସେହିପରି ସେ କହିଛନ୍ତି ଯେ, ୟୁକ୍ରେନ ଓ ରୁଷ ଯୁଦ୍ଧ ମଧ୍ୟରେ ଭାରତ ପାଖାପାଖି ୨୨ ହଜାର ୫୦୦ ଜନସାରଣଙ୍କୁ ଅପରେସନ ଗଙ୍ଗା ମାଧ୍ୟମରେ ସ୍ୱଦେଶ ଫେରାଇ ଆଣିଛି ।