ଏହି ଦିନ ଯୋଗୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ

ୟୁପି: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବୃହତ୍ତ ବିଜୟ ହାସଲ କରିଥିବା ଯୋଗୀ ଆଦିତ୍ୟନାଥ ପୁଣି ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବେ । ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ପୁଣିଥରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ମାର୍ଚ୍ଚ ୨୫ରେ ଶପଥ ଗ୍ରହଣ କରିବେ ।

ସେହିପରି ରିପୋର୍ଟ ଅନୁସାରେ ସେହି ଦିନ ଯୋଗୀଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ, ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ଅନେକ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।