ଗ୍ୟାଲେରୀ ଭୁଶୁଡି ୨୦୦ ଆହତ

ନୂଆଦିଲ୍ଲୀ : କେରଳର ମାଲ୍ଲାପୁରମରେ ଏହି ବଡ ଅଘଟଣା ଘଟି ୨୦୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିୟମରେ ଗ୍ୟାଲେରୀ ଭୁଶୁଡ଼ି ୨୦୦ରୁ ଅଧିକ ଲୋକ ଆହତ ହେବା ସହ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନାଯୋଗ୍ୟ ଯେ, ଦୁଇ ଆଞ୍ଚଳିକ ଦଳ ଭିତରେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏହି ଅଘଟଣ ଘଟିଥିଲା । ହଠାତ ଫୁଟବଲ ଗ୍ରାଉଣ୍ଡର ଗ୍ୟାଲେରୀ ଭୁଶୁଡ଼ି ପଡ଼ିବା ସହ ଷ୍ଟାଡିୟମରେ ଥିବା ଫ୍ଲଡ ଲାଇଟ ଟାୱାର ମଧ୍ୟ ଭାଙ୍ଗି ଲୋକଙ୍କ ଉପରେ ପଡିଥିଲା । ଏହି ଅଘଟଣାରେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ମ୍ୟାଚ ପୂର୍ବରୁ ସେହି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଅସ୍ଥାୟୀ ଗ୍ୟାଲେରୀ ଭୁଶୁଡ଼ିବାର ଏହା ଏକ ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି ।