କ୍ୟାମେରାମ୍ୟାନ ମାନସଙ୍କ ପତ୍ନୀଙ୍କ ବିସ୍ଫୋରକ ବୟାନ୍

ଭୁବନେଶ୍ୱର: ନୟାଗଡ଼ର କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡରେ ଏକ ନୂଆ ଅପଡେଟ୍ ଆସିଛି । ମାନସଙ୍କ ପତ୍ନୀ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ମାନସଙ୍କ ହତ୍ୟା ପଛରେ ରାଜ୍ୟର ଦୁଇଜଣ ମନ୍ତ୍ରୀଙ୍କ ହାତ ରହିଛି । ସେମାନେ ହେଉଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା । ଏଥିସହ ଏହି ଘଟଣା ପଛରେ ଆହୁରି ଅନେକ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କର ଲିଙ୍କ ରହିଛି । ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏହି ନେତାମାନେ ବୃଦ୍ଧାଶ୍ରମରେ କଳାକାରନାମା କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ମାନସଙ୍କ ପତ୍ନୀଙ୍କ ସହିତ ତାଙ୍କର ପରିବାରବର୍ଗ ମଧ୍ୟ ସମାନ ଧରଣର ଅଭିଯୋଗ ଆଣିଛନ୍ତି ।