ବିଜେଡି ମେୟର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କଟକ : କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ସୁବାସ ସିଂହ ନିଜର ଓ ଦଳର ପ୍ରଚାର ଲାଗି ବିଭିନ୍ନ ୱାର୍ଡରେ ଜୋରଦାର ପ୍ରଚାର କରିଛନ୍ତି । ସିଏମସିର ମେୟର ପ୍ରାର୍ଥୀ ସୁବାସ ସିଂହ ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲେ । ତାଙ୍କ ସହ ବିଜେଡି କର୍ପୋରେଟର ପ୍ରାର୍ଥୀ ଓ ଦଳୀୟ କର୍ମୀମାନେ ସାମିଲ ହୋଇ ଜନସାଧାରଣଙ୍କୁ ବିଜୁ ଜନତା ଦଳର ଉନ୍ନୟନମୂଳକ କାର୍ଯ୍ୟ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଆଶିର୍ବାଦ କରିବାକୁ ନିବେଦନ କରିଥିଲେ ।