ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର । ଅନ୍ୟପକ୍ଷରେ ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ବାତ୍ୟା ‘ଅସାନୀ’ ଚେତାବନୀ ଦେଇଛି । ଏହାରି ମଧ୍ୟରେ ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହା ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ମ୍ୟାଗନିଚ୍ୟୁଡ ରେକର୍ଡ କରାଯାଇଛି । ଭୂକମ୍ପର ଝଟକା ଆଣ୍ଡାମାନ-ନିକୋବର ଦୀପପୁଞ୍ଜର ୨୭୬ କିଲୋମିଟର ଦିଗଲୀପୁର ନିକଟରେ ଅନୁଭୂତ ହୋଇଛି ।