ଆଜି ସନ୍ଧ୍ୟାରେ ସରୁଛି ଚଳିତ ପୌର ନିର୍ବାଚନ ପ୍ରଚାର

କଟକ: ଆଜି ସନ୍ଧ୍ୟାରେ ସରୁଛି  ଚଳିତ ପୌର ନିର୍ବାଚନ ପ୍ରଚାର। ଆସନ୍ତା ୨୪ ତାରିଖରେ ନିର୍ବାଚନ ଥିବାରୁ ପ୍ରାର୍ଥମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଜୋରସୋରରେ ଆରମ୍ଭ ହୋଇଛି । ବିଶେଷ କରି ବିଭିନ୍ନ ଦଳର ପ୍ରାର୍ଥୀମାନେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନିର୍ବାଚନ ପ୍ରଚାରରେ ସାମିଲ କରିଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜର ସମର୍ଥକ ଯୋଗାଡ କରି ଦଳୀୟ ପତାକା ଧରି ୱାର୍ଡ ପରିକ୍ରମା କରୁଛନ୍ତି । ଚଳିତ ନିର୍ବାଚନରେ ପ୍ରମୁଖ ତିନି ଦଳ ପାଇଁ କଟକ ମହାନଗର ନିଗମର ସମସ୍ତ ୱାର୍ଡ ଫୋକସ୍‌ରେ ରହିଛି । ସେହିପରି ମେୟର୍‌ ପଦବୀ ନିମନ୍ତେ ବିଜୁ ଜନତା ଦଳ, କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ବିଭିନ୍ନ ସମାବେଶ, ଅଟୋ, ରିକ୍‌ସାରେ ପ୍ରଚାର, ନିଜ ସପକ୍ଷରେ ପ୍ରଚାର ପତ୍ର ବଂଟନ କରି ପ୍ରାଣମୁର୍ଛା ଉଦ୍ୟମ ଜାରି ରଖିଛନ୍ତି ।